Categories: ଖେଳ

ହରଭଜନଙ୍କ ବୋଲିଂ ଶୈଳୀ କପି କଲେ କୋହଲି

ଇନ୍ଦୋର,୮।୧- ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂଙ୍କ ବୋଲିଂ ଶୈଳୀ ଅନ୍ୟ ସ୍ପିନରଙ୍କ ଅପେକ୍ଷା ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଏକଥା କ୍ରିକେଟ ପ୍ରଶଂସକଙ୍କୁ ଜଣା। ତାଙ୍କର ଭିନ୍ନ ବୋଲିଂ ଶୈଳୀ ଯୋଗୁ ସେ କ୍ରିକେଟରେ ବହୁ ସଫଳ ହୋଇଥିଲେ। ତାଙ୍କ ବୋଲିଂ ଷ୍ଟାଇଲର କପି କରିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ଏଠାରେ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ମ୍ୟାଚ୍‌ ପୂର୍ବରୁ କୋହଲି ଭେଟେରାନ ସ୍ପିନରଙ୍କ ବୋଲିଂ ଶୈଳୀର ନକଲ କରି ଦେଖାଇଥିଲେ। ସେଠାରେ ଉପସ୍ଥିତ କ୍ରିକେଟ ବିଶେଷଜ୍ଞ ହରଭଜନ ଓ ଇର୍ଫାନ ପଠାନଙ୍କ ସହ ୟୁଜବେନ୍ଦ୍ର ଚହଲ ହସି ହସି ଗଢ଼ି ଯାଇଥିଲେ। ଏହାର ଭିଡିଓ ପ୍ରସାରଣକାରୀ ଚ୍ୟାନେଲ ପକ୍ଷରୁ ସୋସିଆଲ ମିଡିଆରେ ଶେୟାର କରାଯାଇଛି। ଏହାକୁ ପ୍ରଶଂସକମାନେ ଖୁବ ପସନ୍ଦ କରିଛନ୍ତି।

Share