Categories: ଖେଳ

ହରମନପ୍ରୀତଙ୍କ ଡବଲ୍‌ ଗୋଲ: ଭାରତୀୟ ହକି ଦଳର ବୃହତ ବିଜୟ

ଆଣ୍ଟରେପ୍‌(ବେଲଜିୟମ), ୨୯।୯(ପି.ଟି.)- ବେଲଜିୟମ ଗସ୍ତରେ ଯାଇଥିବାର ଭାରତୀୟ ହକି ଦଳ ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ ବିଜୟ ହାସଲ କରିଛି। ଶନିବାର ଅନୁଷ୍ଠିତ ଭ୍ୟାଚ୍‌ରେ ଭାରତ ଡ୍ରାଗ୍‌ ଫ୍ଲିକର ହରମନପ୍ରୀତ ସିଂଙ୍କ ଡବଲ୍‌ଗୋଲ ସହାୟତାରେ ବିଶ୍ୱ ୮ ନମ୍ବର ଦଳ ସ୍ପେନ୍‌କୁ ବୃହତ ୬-୧ ଗୋଲରେ ପରାସ୍ତ କରିଛି। ଭାରତ ଏହି ମ୍ୟାଚ୍‌ରେ ଜବରଦସ୍ତ ପ୍ରଦର୍ଶନ କରିଥିଲା। ଭାରତ ତରଫରୁ ହରମନପ୍ରୀତ ୨୮ ଓ ୩୨ତମ ମିନିଟ୍‌ରେ ଦୁଇଟି ଗୋଲ ସ୍କୋର କରିଥିଲେ। ସେହିପରି ଅଧିନାୟକ ମନପ୍ରୀତ ସିଂ ୨୪, ନୀଳକାନ୍ତ ଶର୍ମା, ୩୯, ମନଦୀପ ସିଂ ୫୬ ଓ ରୁପିନ୍ଦରପାଲ ସିଂ ୫୯ତମ ମିନିଟ୍‌ରେ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ଭାରତ ଆକମଣାତ୍ମକ ପ୍ରଦର୍ଶନ କରି ସ୍ପେନ୍‌ ଡିଫେନ୍ସକୁ ଭେଦ କରି ଗୋଟିଏ ପରେ ଗୋଟିଏ ଗୋଲ ସ୍କୋର କରିଥିଲା। ବଲ୍‌ ଅଧିକ ସମୟ ହାତରେ ରଖିଥିଲେ ମଧ୍ୟ ଭାରତ ପ୍ରଥମ କ୍ୱାର୍ଟରରେ ଗୋଟିଏ ହେଲେ ଗୋଲ ସ୍କୋର କରିପାରି ନ ଥିଲା। ତେବେ ସ୍ପେନ୍‌ ହାଫ୍‌ ଟାଇମ୍‌ ପୂର୍ବରୁ ଗୋଟିଏ ଗୋଲ ସ୍କୋର କରିଥିଲା। ଫଳରେ ମ୍ୟାଚ୍‌କୁ ୨-୧ ସ୍ଥିତିକୁ ଆଣିଥିଲା। ରବିବାର ଭାରତ ତା’ର ତୃତୀୟ ମ୍ୟାଚ୍‌ରେ ପୁଣି ଥରେ ସ୍ପେନ୍‌କୁ ଭେଟିବ।

Share