ହରମୋନସ୍ତର ନିୟନ୍ତ୍ରଣ କରେ ଏହି ପାଣି…

ଜୁଆଣି ପାଣି ପିଇଲେ ଅନେକ ଉପକାର ହୋଇଥାଏ। ଏହା ପେଟକୁ ଥଣ୍ଡା ରଖିବା ସହିତ ପାଚନ କ୍ରିୟାକୁ ସ୍ବାଭାବିକ କରିଥାଏ। ଏହା ହରମୋନସ୍ତରକୁ ନିୟନ୍ତ୍ରିତ କରିଥାଏ। ରାତିରେ ଏକ ଗ୍ଲାସ୍‌ ପାଣିରେ ଏକ ଚାମୁଚ ଜୁଆଣି ପକାଇ ଏହାକୁ ସକାଳୁ ପିଇଲେ ହାର୍ଟ ଆଟାକ୍‌ ସମସ୍ୟାରୁ ମିଳିଥାଏ ମୁକ୍ତି। ନିୟମିତ ଏହାକୁ ପିଇଲେ ମେଦବହୁଳତାରୁ ମୁକ୍ତି ମିଳେ। ଏହି ପାଣି ଶରୀରରେ ଥିବା ଅତ୍ୟଧିକ ଚର୍ବି ହ୍ରାସ କରିଥାଏ। ସେହିପରି ରକ୍ତଚାପ, ଉଜ୍ଜ୍ୱଳ ତ୍ୱଚା ଲାଗି ମହୌଷଧୀ ସଦୃଶ କାର୍ଯ୍ୟ କରିଥାଏ। ଏଥିରେ ଥିବା ଥାୟମୋଲ ତେଲ ଦାନ୍ତବିନ୍ଧାରୁ ଦିଏ ମୁକ୍ତି। ସେହିପରି ଗର୍ଭବତୀ ମହିଳାମାନେ ଏହାକୁ ପିଇଲେ ଏସିଡିଟି ଓ କୋଷ୍ଠକାଠିନ୍ୟ ଦୂର ହୋଇଥାଏ।