ହରିଣ ମାଂସ ଜବତ: ୨ ଅଟକ

ଆନନ୍ଦପୁର,୨୬।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତନେଇପାଳ ଗ୍ରାମରୁ ସୋମବାର ୨ ଶିକାରୀଙ୍କୁ ବନ ବିଭାଗ କାବୁ କରିବା ସହିତ ସେମାନଙ୍କଠାରୁ କଟା ହରିଣ ମାଂସ ଜବତ କରିଛି। ଶିକାରୀ ଦ୍ୱୟ ହେଲେ ଉକ୍ତ ଗ୍ରାମର ଦୁର୍ଗା ବିନ୍ଧାଣୀଙ୍କ ପୁଅ ଗୋପବନ୍ଧୁ(୨୮), ବୁଧୁ ମହାନ୍ତଙ୍କ ପୁଅ ଶରତ(୩୦)। ଉଭୟଙ୍କୁ ଅଟକ ରଖାଯାଇ ପଚରାଉଚରା ଜାରିରହିଛି। ସୂଚନାଯୋଗ୍ୟ, ନିକଟସ୍ଥ ସନ୍ତୋଷପୁର ସଂରକ୍ଷିତ ଜଙ୍ଗଲରୁ ଗୋପବନ୍ଧୁ ଓ ଶରତ ଏକ ହରିଣକୁ ଶିକାରକରି ମାଂସ ବିକୁଥିବା ନେଇ ବନବିଭାଗ କର୍ମଚାରୀ ଖବର ପାଇଥିଲେ। ଯୁବକ ଦ୍ୱୟ କଟା ମାଂସ ଧରି ଘରକୁ ଫେରୁଥିବାବେଳେ ବନ ବିଭାଗ କର୍ମଚାରୀ ଚଢ଼ାଉ କରି ତାଙ୍କୁ କାବୁ କରିଛନ୍ତି। ଡିଏଫ୍‌ଓ ଅଜିତ୍‌ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ହୋଇଥିବା ଏହି ଚଢ଼ାଉରେ ଏସିଏଫ୍‌ ପ୍ରଫୁଲ୍ଲ କୁମାର ମଲ୍ଲିକ, ରେଞ୍ଜର ପ୍ରଶାନ୍ତ କୁମାର ସ୍ବାଇଁ, ଫରେଷ୍ଟର ଶ୍ୟାମସୁନ୍ଦର ସାହୁ, ନବକିଶୋର ନାୟକ, ସଙ୍ଗୀତାରାଣୀ ଶାସିନୀ, ଫରେଷ୍ଟଗାର୍ଡ ସବ୍ୟସାଚୀ ଜେନାଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ଥିଲେ।