ହରିଣ ମାଂସ ଭୋଜି କରି ଧରାପଡ଼ିଲେ ବାପା, ପୁଅ

ଜମନକିରା,୨୮।୪ (ଡି.ଏନ.ଏ): ସମ୍ବଲପୁର ଜିଲା ବଡରମା ରେଞ୍ଜ ଅଧୀନ ଆମ୍ବଲାଙ୍ଗ ନିକଟସ୍ଥ ପେଟ୍ରୋଲ ପମ୍ପ ପଛ ପାଖରେ ଥିବା ଏକ ଘରେ ମଙ୍ଗଳବାର ପୂର୍ବାହ୍ନ ସାଢ଼େ ୧୧ଟାରେ ବନ ବିଭାଗ ଚଢ଼ାଉ କରିଛି। ସେଠାରୁ ସାଢେ ୪ କେଜି ହରିଣ ମାଂସ, ୨ଟି ଟାଙ୍ଗିଆ, ଗୋଟିଏ ପନିକି, ତାରଫାଶ, ତରାଜୁ, ରୋଷେଇ ବାସନ, ରନ୍ଧା ମାଂସ ଜବତ କରାଯାଇଛି। ଘଟଣାସ୍ଥଳରୁ ଦେବେନ୍ଦ୍ର ପ୍ରଧାନ (୬୦) ନାମକ ଜଣେ ବ୍ୟକ୍ତି ଓ ତାଙ୍କ ପୁଅ ମିତ୍ରଭାନୁ ପ୍ରଧାନ (୪୦)ଙ୍କୁ ବନ ବିଭାଗ ଗିରଫ କରିଛି।