Categories: ଜାତୀୟ

ହରିଶ ସାଲ୍‌ଭେ ହେଲେ ବ୍ରିଟେନ କ୍ୟୁସି

ନୂଆଦିଲ୍ଲୀ,୧୭।୧(ଆଇଏଏନ୍‌ଏସ୍‌):ପୂର୍ବତନ ସଲିସିଟର ଜେନେରାଲ ତଥା ବରିଷ୍ଠ ଆଇନଜୀବୀ ହରିଶ ସାଲଭେଙ୍କୁ ଇଂଲଣ୍ଡ ଓ ଓ୍ବେଲ୍ସ କୋର୍ଟଗୁଡ଼ିକରେ ବ୍ରିଟେନ ରାଣୀଙ୍କ ଓକିଲ (କ୍ୟୁସି) ଭାବେ ନିଯୁକ୍ତି ଦିଆଯାଇଛି। ତେବେ ଆନୁଷ୍ଠାନିକ ନିଯୁକ୍ତି ମାର୍ଚ୍ଚରେ ମିଳିବ। ବ୍ରିଟେନ୍‌ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ତାଲିକାରେ ସାଲଭେଙ୍କ ନାଁ ରହିଛି। ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତ (ଆଇସିଜେ)ରେ କୁଳଭୂଷଣ ଯାଦବ ମାମଲାରେ ସାଲଭେ ଭାରତର ମୁଖ୍ୟ ଓକିଲ ଥିଲେ ଓ ଗୋଟିଏ ଟଙ୍କା ପାରିଶ୍ରମିକ ନେଇଥିଲେ।

Share