ଚରଖି ଦାଦରି,୧୫।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଏକ ନିର୍ବାଚନ ରାଲିରେ ଯୋଗ ଦେବାକୁ ହରିୟାଣା ଯାଇଥିଲେ। ସେଠାରେ ସେ କହିଛନ୍ତି ହରିୟାଣାକୁ ନେଇ ସେ ଗର୍ବ କରନ୍ତି। କାରଣ ନିକଟରେ ଭାରତ ଗସ୍ତ ସମୟରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଯେତେବେଳେ ମୋଦିଙ୍କ ସହ ଅନୌପଚାରିକ ବୈଠକରେ ଯୋଗ ଦେଇଥିଲେ ସେତେବେଳେ ସେ ବଲିଉଡ୍‌ ମୁଭି ‘ଦଙ୍ଗଲ’ ଦେଖିଥିବା କହିଥିଲେ। ଆଉ ଏହି ମୁଭିରେ ଭାରତୀୟ ବାଳିକାଙ୍କ ପ୍ରଦର୍ଶନ ବେଶ୍‌ ଉଚ୍ଚକୋଟିର ଥିଲା ବୋଲି ଜିନପିଙ୍ଗ ମତ ଦେଇଥିଲେ। ତେଣୁ ପ୍ରଧାନମନ୍ତ୍ରୀଙ୍କ ‘ବେଟି ବଚାଓ ବେଟି ପଢାଓ’ ଅଭିଯାନକୁ ନେଇ ଆଜି ହରିୟାଣା ଗର୍ବିତ ବୋଲି ସେ କହିଥିଲେ। ସୂଚନାଯୋଗ୍ୟ, ହରିୟାଣାର ମହାବୀର ସିଂ ଫୋଗଟ ନାମକ ଜଣେ ମଲ୍ଲ ଯୋଦ୍ଧା ତାଙ୍କ ଦୁଇ ଝିଅ ଗୀତା ଓ ବବିତାଙ୍କୁ ମଲ୍ଲ ଯୋଦ୍ଧା କରିବାର ସ୍ବପ୍ନ ଦେଖିଥିଲେ। ଆଉ ସେ ତାକୁ ବାସ୍ତବତାରେ ପରିଣତ ମଧ୍ୟ କରିଥିଲେ। ଏହି କାହାଣୀକୁ ନେଇ ନିର୍ମାଣ କରାଯାଇଥିଲା ‘ଦଙ୍ଗଲ’।

Share