ହରିୟାଣାରେ କଂଗ୍ରେସ ଗଢିବ ସରକାର: ହୁଡ୍ଡା

ରୋହତକ,୨୪।୧୦: ହିରିୟାଣାର ୯୦ ବିଧାନସଭା ଆସନ ପାଇଁ ସୋମବାର ଭୋଟ ଗ୍ରହଣ କରାଯାଇଥିବା ବେଳେ ଗୁରୁବାର ଏହାର ଗଣତି ଆରମ୍ଭ ହୋଇଯାଇଛି। ଏଥିରେ ଅଧିକାଂଶ ସ୍ଥାନରେ ଭାଜପା ଆଗରେ ଥିବା ସୂଚନା ମିଳିଛି। କିନ୍ତୁ ଇତିମଧ୍ୟରେ କଂଗ୍ରେସ ନେତା ଭୁପିନ୍ଦର ସିଂ ହୁଡ୍ଡା କହିଛନ୍ତି ଏଥର ହରିୟାଣାରେ କଂଗ୍ରେସ ସରକାର ଗଠନ କରିବ। ସୂଚନାଯୋଗ୍ୟ, ସାରା ଦେଶରେ କଂଗ୍ରେସର ସ୍ଥିତି ଶୋଚନୀୟ ଥିବା ବେଳେ ଏବେ ହୁଡ୍ଡାଙ୍କର ଏହି ମନ୍ତବ୍ୟ କଂଗ୍ରେସ ସପକ୍ଷରେ କେତେ ଯାଉଛି ତାହା ଗଣତି ପରେ ଜଣାପଡିବ।

Share