Categories: ଜାତୀୟ

ହରିୟାଣାରେ ପବନରେ ହେବ ଆଳୁ ଚାଷ

କରନାଲ,୨୪।୧୨: ସାଧାରଣତଃ ମାଟିରେ ଆଳୁ ଚାଷ ହୋଇଥାଏ। ତେବେ ଏବେ ହରିୟାଣାରେ ପବନରେ ଆଳୁ ଚାଷ କରାଯିବ। ସାଧାରଣ ଆଳୁ ତୁଳନାରେ ଏହି ପ୍ରକାର ଚାଷରେ ଉତ୍ପାଦନ ୧୦ରୁ ୧୨ ଗୁଣା ଅଧିକ ହେବ ବୋଲି କରନାଲସ୍ଥିତ ଆଳୁ ଗବେଷଣା କେନ୍ଦ୍ର ପକ୍ଷରୁ କୁହାଯାଇଛି। ୨୦୨୦ ସୁଦ୍ଧା ଚାଷୀଙ୍କୁ ଏନେଇ ବିହନ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯିବ। ଏହି ଆଳୁର ଆକାର ସାଧାରଣ ଆଳୁଠାରୁ ଛୋଟ ହେବ। ଗୋଟିଏ ଗଛରୁ ୪୦ରୁ ୬୦ ପର୍ଯ୍ୟନ୍ତ ଛୋଟ ଆଳୁ ଉତ୍ପାଦନ କରାଯାଇପାରିବ ବୋଲି ଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Share