ସୋନିପତ,୨୦।୭: ହରିୟାଣାର ସୋନିପତରେ ଶନିବାର ଏକ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ସକାଳ ୭ଟା ୪୫ରେ ଭୂକମ୍ପ ହୋଇଥିବା ବେଳେ ସେଠାକାର ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ପଳାଇ ଆସିଥିଲେ। ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୨ ରହିଛି। ଏହାର କେନ୍ଦ୍ର ସୋନିପତଠାରୁ ୫ କିଲୋମିଟର ଦୂରରେ ରହିଥିବା ଜଣାପଡ଼ିଛି। ଏଥିରେ କୌଣସି କ୍ଷୟକ୍ଷତି କିମ୍ବା କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି।