ହରିୟାଣାରେ ସରକାର ଗଠନ ଲାଗି ଶନିବାର ରାଜ୍ୟପାଳଙ୍କୁ ଭେଟିବ ଭାଜପା

ଚଣ୍ଡିଗଡ଼,୨୫।୧୦: ହରିୟାଣାରେ ଭାଜପା ସରକାର ଗଠନ କରିବା ଲାଗି ଶନିବାର ରାଜ୍ୟପାଳଙ୍କୁ ଭେଟିବ ବୋଲି ସୂଚନା ମିଳିଛି। ହରିୟାଣାରେ ଥିବା ଭାଜପା ପ୍ରଭାରୀ ଅନିଲ ଜୈନ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଶନିବାର ସକାଳ ୧୧ଟାରେ ଚଣ୍ଡିଗଡରେ ବିଧାୟକ ଦଳର ବୈଠକ ବସିବ। ଏଥିରେ ସମିକ୍ଷକ ଭାବେ ଯୋଗଦେବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ମହାସଚିବ ଅରୁଣ ସିଂ। ଶନିବାର ପ୍ରଥମେ ବିଧାୟକ ଦଳତ ନେତା ନିର୍ବାଚନ କରାଯିବ। ଏହାପରେ ଭାଜପା ହରିୟାଣାରେ ସରକାର ଗଠନ କରିବା ଲାଗି ରାଜ୍ୟପାଳଙ୍କୁ ଭେଟିବ ବୋଲି ଅନିଲ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ହରିୟାଣା ବିଧାନସଭା ନିର୍ବାଚନରେ ଭାଜପାକୁ ସଂଖ୍ୟା ଗରିଷ୍ଠତା ମିଳି ନ ଥିବା ବେଳେ ସେ ଏବେ ସ୍ବାଧୀନ ପ୍ରାର୍ଥୀଙ୍କୁ ନେଇ ସରକାର ଗଠନ କରିବାକୁ ଯାଉଛି।

Share