ହରିୟାଣାରେ ୨୨ କରୋନା ସଂକ୍ରମିତଙ୍କ ମଧ୍ୟରେ ଜଣେ ନର୍ସ

ପଞ୍ଚକୁଲା,୩୧।୩: ଭାରତରେ ବି କାୟା ବିସ୍ତାର କରି ଚାଲିଛି କରୋନା ଭାଇରସ। ଅଧିକାଂଶ ରାଜ୍ୟରେ ବେଳକୁ ବେଳ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ହରିୟାଣାରେ ଏବେ ଏମାନଙ୍କ ସଂଖ୍ୟା ପହଞ୍ଚିଛି ୨୨ରେ। ସେକ୍ଟର-୬ରେ ଥିବା ହସ୍ପିଟାଲର ଜଣେ ନର୍ସ କରୋନାରେ ସଂକ୍ରମିତ ହୋଇଥିବା କହିଛନ୍ତି ସେଠାକାର ସିଏମ୍‌ଓ। ବର୍ତ୍ତମାନ ସେ ଆାଇସୋଲେଶନରେଥିବା କହିଛନ୍ତି ପଞ୍ଚକୁଲା ସିଏମ୍‌ଓ। ସୂଚନାଯୋଗ୍ୟ, ଭାରତରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ମହାରାଷ୍ଟ୍ର ଓ କରେଳରେ ବେଳକୁ ବେଳ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ଅନ୍ୟ ରାଜ୍ୟ ଗୁଡିକରେ ସଂକ୍ରମିତଙ୍କ ସଂଖ୍ୟା ସମାନ୍ୟ କମ୍‌ ରହିଛି।

Share