Categories: ଜାତୀୟ

ହରିୟାଣାରେ ୫ ହଜାର କୋଟିର ଖଣି ଦୁର୍ନୀତି ଅଭିଯୋଗ

ଚଣ୍ଡିଗଡ଼, ୧ା୧୨(ପି.ଟି.) : ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ୍‌ ଖଟ୍ଟରଙ୍କ ପୂର୍ବପାଳି ସରକାରରେ ୫ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି। ଏହାର ବିଧିବଦ୍ଧ ତଦନ୍ତ କରାଯିବାକୁ ପ୍ରଦେଶ କଂଗ୍ରେସ ପକ୍ଷରୁ ଶନିବାର ଦାବି କରାଯାଇଛି। ହାଇକୋର୍ଟର ଜଣେ ବିଚାରପତିଙ୍କ ତତ୍ତ୍ୱାବଧାନରେ ଏହାର ତଦନ୍ତ କରାଗଲେ ସତ୍ୟାସତ୍ୟ ପଦାକୁ ଆସିପାରିବ ବୋଲି ଖବରଦାତାଙ୍କୁ ସମ୍ବୋଧନ କରି ବରିଷ୍ଠ କଂଗ୍ରେସ ନେତା ରଣଦୀପ ସୁର୍ଜଓ୍ବୋଲା ପ୍ରକାଶ କରିଛନ୍ତି। ରାଜ୍ୟ ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପନ କରାଯିବା ବେଳେ ରାଜ୍ୟ ଖଣି ବିଭାଗର ଅନିୟମିତତା ଧରାପଡ଼ିଥିଲା। ୧,୪୭୬ କୋଟି ଟଙ୍କାର କ୍ଷତି ହୋଇଥିବା ସିଏଜି ଧରିଥିଲେ। ତେବେ ଏହି ଦୁର୍ନୀତି ୫ ହଜାର କୋଟିରୁ ଅଧିକ ବୋଲି ସୁର୍ଜଓ୍ବୋଲା ଅଭିଯୋଗ କରି ଏହାର ତଦନ୍ତ ଦାବି କରିଛନ୍ତି। ସିଏଜି ରିପୋର୍ଟରେ ଖଟ୍ଟର ସରକାରଙ୍କ ଖଣି ଠିକାଦାର(ମାଫିଆ)ଙ୍କ ସହ ସମ୍ପର୍କ ସ୍ପଷ୍ଟହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି।

Share