Categories: ଜାତୀୟ

ହରିୟାଣା ଉପ ମୁଖ୍ୟମନ୍ତ୍ରୀଙ୍କ କକାଙ୍କ ଫାର୍ମ ହାଉସ୍‌ରେ ଇଡିର ଚଢ଼ାଉ

ଚଣ୍ଡିଗଡ,୪।୧୨: ହରିୟାଣାର ଉପ ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲାଙ୍କ କକା ତଥା ଇଣ୍ଡିଆନ ନ୍ୟାସନାଲ ଲୋକଦଳ(ଆଇଏନ୍‌ଏଲ୍‌ଡି) ନେତା ଅଭୟ ଚୌଟାଲାଙ୍କ ଫାର୍ମ ହାଉସ୍‌ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଚଢ଼ାଉ। ବୁଧବାର ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ସିର୍ସାସ୍ଥିତ ତାଙ୍କ ତେଜାଖେଡା ଫାର୍ମ ହାଉସ୍‌ରେ ସିଆରପିଏଫ୍‌ ସହ ଇଡିର ଏକ ଟିମ୍‌ ଏହି ଚଢ଼ାଉ କରିଛି। ଏହି ଚଢ଼ାଉରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରାଯାଇଥିବା ଜଣାପଡ଼ିଛି।

Share