ହରିୟାଣା କଂଗ୍ରେସରେ ସିଦ୍ଧୁଙ୍କ ବିରୋଧରେ ବିଦ୍ରୋହ

ଚଣ୍ଡିଗଡ଼,୩।୧୦: ପଞ୍ଜାବର ପୂର୍ବ କ୍ୟାବିନେଟ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁଙ୍କ ବିରୋଧରେ ସ୍ବର ଉତ୍ତୋଳନ ତେଜିବାରେ ଲାଗିଛି। ହରିୟାଣା କଂଗ୍ରେସର ବହୁ ତୁଙ୍ଗ ନେତା ସିଦ୍ଧୁ ନିର୍ବାଚନ ପ୍ରଚାର କରନ୍ତୁ ବୋଲି ଚାହୁଁ ନାହାନ୍ତି। କାରଣ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ଆର୍ମି ମୁଖ୍ୟଙ୍କ ପ୍ରତି ଥିବା ପ୍ରୀତି ଯୋଗୁ ରାଷ୍ଟ୍ର ବିରୋଧୀ ଛବି ଉପରେ ପ୍ରଭାବ ପକାଇବ। ଏହି କାରଣରୁ କଂଗ୍ରେସର ନେତାମାନେ ସିଦ୍ଧଙ୍କୁ ଷ୍ଟାର ପ୍ରଚାରକ ଲିଷ୍ଟରେ ଦେଖିବାକୁ ଚାହୁଁନାହାନ୍ତି। ପୂର୍ବରୁ ଲୋକ ସଭା ନିର୍ବାଚନରେ ସମୟରେ ରୋହତକରେ ସିଦ୍ଧୁଙ୍କ ଜନସଭାରେ ପାକିସ୍ତାନ ବିରୋଧୀ ସ୍ଲୋଗାନ ଦିଆଯିବା ସହ ଚପଲ ମାଡ଼ ହୋଇଥିଲା। ଏଥିଯୋଗୁ କଂଗ୍ରେସକୁ ରୋହତକ ଆସନ ହରାଇବାକୁ ପଡ଼ିଥିଲା ବୋଲି ପ୍ରଦେଶର ନେତା କହିଛନ୍ତି।

Share