ଚଣ୍ଡିଗଡ଼,୧।୧୦: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କରନାଲ ବିଧାନସଭା ଆସନ ପାଇଁ ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ସେକ୍ଟର-୧୨ ସ୍ଥିତ ସଚିବାଳୟରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଭାଜପାର ବହୁ ନେତାମାନେ ସାମିଲ ହୋଇଥିଲେ। ଏହା ପୂର୍ବରୁ ସେକ୍ଟର-୧୨ ସ୍ଥିତ ହୁଡା ପଡ଼ିଆରେ ଦୁଇ ନେତା ଜନସଭାକୁ ସମ୍ବୋଧିତ କରି ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୂଚନାଯୋଗ୍ୟ, ସୋମବାର ଭାଜପା ପକ୍ଷରୁ ହରିୟାଣା ଆସନ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ଜାରି କରାଯାଇଥିଲା।