Categories: ଜାତୀୟ

ହରିୟାଣା ନିର୍ବାଚନ: ପଛରେ ପଡିଗଲେ ଟିକ୍‌ଟକ୍‌ ଷ୍ଟାର୍‌

ଚଣ୍ଡିଗଡ,୨୪।୧୦: ହରିୟାଣା ଆଦମପୁର ଆସନରେ ଏକ ରୋଚକ ମୁକାବିଲା ଦେଖିବାକୁ ମିଳିଛି। ଏହି ଆସନରେ କଂଗ୍ରେସର ପ୍ରାର୍ଥୀ କୁଳଦୀପ ବିଶୋଇ ୨୦ ହଜାର ଭୋଟରେ ଆଗୁଆ ଥିବାବେଳେ ପଛରେ ପଡିଯାଇଛନ୍ତି ବହୁଚର୍ଚ୍ଚିତ ଟିକ୍‌ଟକ୍‌ ଷ୍ଟାର୍‌ ତଥା ଭାଜପା ପ୍ରାର୍ଥୀ ସୋନାଲି ଫୋଗଟ୍‌। ନିର୍ବାଚନ ପୂର୍ବରୁ ଏହି ଆସନରେ କଡା ଟକ୍କର ହେବାର ଆଲୋଚନା ଚାଲିଥିଲା। ଏହି ଆସନଟି ବିଶୋଇ ପରିବାରର ଗଡ କୁହାଯାଉଥିବାବେଳେ ତାକୁ ଭାଙ୍ଗିବାକୁ ଏକ ଲୋକପ୍ରିୟ ଚେହେରାକୁ ପ୍ରାର୍ଥୀ କରିଥିଲା ଭାଜପା। କିନ୍ତୁ ତାହା କାମ ଦେଲା ଭଳି ଲାଗୁନାହିଁ। ସୂଚନାଯୋଗ୍ୟ, ହରିୟାଣାର ହିସାର ଜିଲାର ସନ୍ତ ନଗରରେ ରହୁଥିବା ସୋନାଲି(୪୦) ନିଜର ଟିକ୍‌ଟକ୍‌ ଭିଡିଓ ପ୍ରସ୍ତୁତ କରି ବେଶ୍‌ ଚର୍ଚ୍ଚାକୁ ଆସିଥିଲେ।

Share