ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ଜାରି କଲା ଭାଜପା: ଦାଦ୍‌ରିରୁ ବବିତା ଫୋଗଟ

ଚଣ୍ଡିଗଡ,୩୦।୯: ହରିୟାଣାରେ ବିଧାନସଭା ନିର୍ବାଚନ ଲାଗି ୭୮ ଆସନ ପାଇଁ ଭାଜପା ପକ୍ଷରୁ ସୋମବାର ଆଶାୟୀ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି। ପୁଣି ଥରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟାର କରନାଲ ଆସନ ପାଇଁ ନିର୍ବାଚନ ଲଢ଼ିବେ। ସେହିପରି ପ୍ରଦେଶ ଅଧ୍ୟକ୍ଷ ସୁବାସ ବରାଲା ଟୋହନା, ଯୋଗେଶ୍ୱର ଦତ୍ତ ବରୋଦା, ପୂର୍ବତନ ହକି କ୍ୟାପଟେନ୍‌ ସନ୍ଦୀପ ସିଂହ ପିହୋଓ୍ବା ଓ ବବିତା ଫୋଗଟଙ୍କୁ ଦାଦ୍‌ରିରୁ ଟିକେଟ ମିଳିଥିବା ଜଣାପଡ଼ିଛି। ପଞ୍ଚକୁଲାରୁ ଜ୍ଞାନ ଚନ୍ଦ୍ର ଗୁପ୍ତା ଓ ଅନୀଲ ବିଜ୍‌ ଅମ୍ବାଲା କେଣ୍ଟରୁ ନିର୍ବାଚନ ଲଢ଼ିବେ। ଅନ୍ୟପଟେ ଭାଜପା ମନ୍ତ୍ରୀ ରାଓ ନରବୀର ସିଂହଙ୍କ ଟିକେଟ କାଟି ଦିଆଯାଇଥିବା ବେଳେ ତାଙ୍କ ସ୍ଥାନରେ ବାଦଶାହପୁରରୁ ପ୍ରଦେଶ ଯୁବା ମୋର୍ଚ୍ଚାର ଅଧ୍ୟକ୍ଷ ମନୀଷ ଯାଦବଙ୍କୁ ଟିକେଟ ଦିଆଯାଇଛି।

Share