ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟ୍‌କା

ହରିୟାଣା,୫।୧୦: ପାଖେଇ ଆସୁଛି ହରିୟାଣା ବିଧାନସଭା ନିର୍ବାଚନ। ଏବେ ଏହାକୁ ନେଇ ରାଜନୀତି ସରଗରମ ଥିବା ବେଳେ କଂଗ୍ରେସକୁ କିନ୍ତୁ ଲାଗିଛି ଧକ୍କା। କାରଣ କଂଗ୍ରେସ ନେତା ଅଶୋକ ତନଓ୍ବର ଶନିବାର ଦଳରୁ ଇସ୍ତଫା ଦେଇଛନ୍ତି। ଆଉ ଏହା ପରେ ପରେ ଏକ ଖବରଦାତା ସମ୍ମିଳନୀ କରି କଂଗ୍ରେସ ଉପରେ ବିଷ ଓଗାଳିଛନ୍ତି। ସେ କହିଛନ୍ତି, ଦଳ ଭିତରେ ଯେଉଁମାନେ ଦଳକୁ ବିଭାଜନ କରିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କ ସ୍ଥିତି ଭଲ ରହିଛି। ହେଲେ ସେ ଦଳପାଇଁ ବହୁ ପରିଶ୍ରମ କରିଥିବା ବେଳେ କଂଗ୍ରେସ ତାଙ୍କୁ ଚିହ୍ନି ପାରିଲା ନାହିଁ ବୋଲି ସେ କହିଛନ୍ତି।

Share