ହରିୟାଣା ଲୋକଙ୍କୁ ଘରେ ରହିବାକୁ ରାଜି କରାଇବେ ପୂର୍ବ ବିଶ୍ୱ ସୁନ୍ଦରୀ ମାନୁଷୀ

ଲକ୍‌ଡାଉନ୍‌ ଯୋଗୁ ଲୋକଙ୍କୁ ଘରେ ରହିବା ପାଇଁ ମନାଇବେ ବଲିଉଡ୍‌ ଅଭିିନେତ୍ରୀ ତଥା ପୂର୍ବ ବିଶ୍ୱ ସୁନ୍ଦରୀ ମାନୁଷୀ ଛିଲ୍ଲର। ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଅନୁରୋଧ କ୍ରମେ ସେ ଏପରି କରିବା ପାଇଁ ରାଜି ହୋଇଥିବା ଜଣାପଡ଼ିଛି।
କରୋନା (କୋଭିଡ-୧୯)ରୁ ରକ୍ଷା ପାଇଁ ମାନୁଷୀ ଏକ ସ୍ବତନ୍ତ୍ର ଭିଡିଓ ତିଆରି କରୁଥିବା ଜଣାପଡ଼ିଛି। ଦେଶକୁ ରକ୍ଷା କରିବା ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ। ବର୍ତ୍ତମାନ ଭାରତ ବଡ଼ ବିପଦରେ ପଡ଼ିଛି। ତେଣୁ ଏହି ମହାମାରୀରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ମୋର କର୍ତ୍ତବ୍ୟ ବୋଲି ମାନୁଷୀ କହିଛନ୍ତି। ଏହି ମହାମାରୀରୁ ରକ୍ଷା ପାଇବାକୁ ହେଲେ ଆମକୁ ପରସ୍ପରଠାରୁ ଦୂରେଇ ରହିବା ସହ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

Share