Categories: ଖେଳ

ହରିୟାଣା ଷ୍ଟିଲର୍ସକୁ ହରାଇଲା ଦବଙ୍ଗ ଦିଲ୍ଲୀ

ମୁମ୍ବାଇ, ୨୯।୭(ପି.ଟି.)- ଚଳିତ ପ୍ରୋ କବାଡ଼ି ଲିଗ୍‌ରେ ଦବଙ୍ଗ ଦିଲ୍ଲୀର ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି। ରବିବାର ଅନୁଷ୍ଠିତ ମ୍ୟାଚରେ ଏହି ଦଳ ହରିୟାଣା ଷ୍ଟିଲର୍ସକୁ ୪୧-୨୧ ପଏଣ୍ଟରେ ପରାସ୍ତ କରିଛି। ସମ୍ପୂର୍ଣ୍ଣ ଏକପାଖିଆଭାବେ ଶେଷ ହୋଇଥିବା ମ୍ୟାଚରେ ଦିଲ୍ଲୀ ପକ୍ଷରୁ ଚନ୍ଦ୍ରନ ରଞ୍ଜିତ ୧୧ ଓ ନବୀନ କୁମାର ୧୦ ପଏଣ୍ଟ ହାସଲ କରି ଷ୍ଟିଲର୍ସକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ଏହାକୁ ମିଶାଇ ନବୀନ ଦ୍ୱିତୀୟ ଥରପାଇଁ ସୁପର ୧୦ ହାସଲ କରିଥିଲେ। ପୂର୍ବରୁ ସେ ହାଇଦ୍ରାବାଦରେ ତେଲ୍‌ଗୁ ଟାଇଟାନ୍ସ ବିପକ୍ଷରେ ମଧ୍ୟ ସମାନ ସଫଳତା ପାଇଥିଲେ। ଚଳିତ ଲିଗ୍‌ରେ ଦିଲ୍ଲୀର ଏହା ତୃତୀୟ ବିଜୟ। ଅନ୍ୟପକ୍ଷରେ ହରିୟାଣାର ୨ ମ୍ୟାଚରୁ ଏହା ପ୍ରଥମ ପରାଜୟ। ପୂର୍ବରୁ ହାଇଦ୍ରାବାଦ୍‌ ଚରଣରେ ଏହି ଦଳ ବିଜୟୀ ହୋଇଥିଲା।

Share