Categories: ଖେଳ

ହରିୟାଣା ଷ୍ଟିଲର୍ସ ବିଜୟୀ

ଅହମ୍ମଦାବାଦ୍‌, ୧୨।୮- ପ୍ରୋ କବାଡ଼ି ଲିଗ୍‌ (ପିକେଏଲ୍‌) ୭ମ ସଂସ୍କରଣରେ ରବିବାର ଅନୁଷ୍ଠିତ ଏକ ମ୍ୟାଚ୍‌ରେ ହରିୟାଣା ଷ୍ଟିଲର୍ସ ୩ ପଏଣ୍ଟ ବ୍ୟବଧାନରେ ବେଙ୍ଗାଲୁରୁ ବୁଲ୍ସକୁ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟସୀମା ସୁଦ୍ଧା ଷ୍ଟିଲର୍ସ ୩୩ ପଏଣ୍ଟ ଓ ବେଙ୍ଗାଲୁରୁ ୩୦ ପଏଣ୍ଟ କରିଥିଲା। ବିଜୟୀ ଦଳ ପକ୍ଷରୁ ବିକାଶ କାଣ୍ଡୋଲା ସର୍ବାଧିକ ୧୧ ରାଇଡ୍‌ ପଏଣ୍ଟ ସଂଗ୍ରହ କରିଥିଲେ। ବେଙ୍ଗାଲୁରୁର ପବନ ସେରାଓ୍ବତ୍‌ ସମାନ ସଂଖ୍ୟକ ପଏଣ୍ଟ କରିଥିଲେ ମଧ୍ୟ ଦଳକୁ ଜିତାଇବାରେ ସମର୍ଥ ହୋଇପାରି ନ ଥିଲେ।

Share