Categories: ଜାତୀୟ

ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ନୂଆ ବହିର୍ବ୍ୟାପାର ସଚିବ

ନୂଆଦିଲ୍ଲୀ,୨୪ା୧୨(ଆଇଏଏସ୍‌ଏସ୍‌): ବରିଷ୍ଠ କୂଟନୀତିଜ୍ଞ ତଥା ଆମେରିକାରେ ଭାରତର ରାଷ୍ଟ୍ରଦୂତ ଥିବା ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ନୂଆ ବହିର୍ବ୍ୟାପାର ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ବହିର୍ବ୍ୟାପାର ସଚିବ ଥିବା ବିଜୟ କେଶବ ଗୋଖଲେଙ୍କ ୨ ବର୍ଷିଆ କାର୍ଯ୍ୟକାଳ ଶେଷ ହେଉଥିବାରୁ ଆସନ୍ତା ମାସରେ ତାଙ୍କ ସ୍ଥାନରେ ଶ୍ରୀଙ୍ଗଲା ଦାୟିତ୍ୱ ଗ୍ରହଣ କରିବେ। ୧୯୮୪ ବ୍ୟାଚ୍‌ର ଭାରତୀୟ ବିଦେଶ ସେବା (ଆଇଏଫ୍‌ଏସ୍‌) ଅଫିସର ଶ୍ରୀଙ୍ଗଲା ୨୦୧୪ରୁ ୨୦୧୬ ବ୍ୟାଙ୍କକ୍‌ରେ ରାଷ୍ଟ୍ରଦୂତ ଏବଂ ପରେ ଢାକାରେ ଉଚ୍ଚାୟୁକ୍ତ ଥିଲେ।

Share