ହଲିଉଡ୍‌ରେ ନିଜ ଟ୍ୟାଲେଣ୍ଟ ଦେଖାଇବେ ହ୍ରିତିକ୍‌

ବଲିଉଡ୍‌ର ଦେଶି ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ପରେ ଏବେ ହ୍ରିତିକ୍‌ ରୋଶନ ହଲିଉଡ୍‌ରେ ନିଜ ଟ୍ୟାଲେଣ୍ଟ୍‌ ଦେଖାଇବାକୁ ଯାଉଛନ୍ତି। ଏକ ରିପୋର୍ଟ ଅନୁସାରେ ହ୍ରିତିକ୍‌ ହଲିଉଡ୍‌ର ଟ୍ୟାଲେଣ୍ଟ ଏଜେନ୍ସି ‘ଦି ଗେର୍ଶ ଏଜେନ୍ସି’ ସହ ଜଡିତ ହୋଇଛନ୍ତି। ଏହା ପରେ ହଲିଉଡ୍‌ରେ ତାଙ୍କର କ୍ୟାରିୟ ଆରମ୍ଭ କରିବାର ବାଟ ଫିଟିଛି।
ଦି ଗେର୍ଶ ଏଜେନ୍ସି ହଲିଉଡ୍‌ର ସବୁଠାରୁ ପୁରୁଣା ଏଜେନ୍ସି। ହ୍ରିତିକ୍‌ ହଲିଉଡ୍‌ରେ କେତେ ସଫଳ ହେଉଛନ୍ତି ତାହା ଦେଖିବାକୁ ବାକି।
୨୦୦୦ ମସିହାରେ ରିଲିଜ୍‌ ହୋଇଥିବା ଫିଲ୍ମ ‘କହୋ ନା ପ୍ୟାର୍‌ ହୈ’ରେ ହ୍ରିତିକ୍‌ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହା ପରେ ରାତାରାତି ସେ ସୁପରଷ୍ଟାର ହୋଇଥିଲେ।

Share