ହଲିଉଡ୍‌ର ବରିଷ୍ଠ କଳାକାର କିର୍କ ଡୋଗଲାସଙ୍କ ୧୦୩ ବର୍ଷ ବୟସରେ ପରଲୋକ

ଓ୍ବାଶିଂଟନ,୬।୨: ହଲିଉଡ୍‌ ଲିଜେଣ୍ଡ କିର୍କ ଡୋଗଲାସଙ୍କର ୧୦୩ ବର୍ଷ ବୟସରେ ବୁଧବାର ପରଲୋକ ହୋଇଛି। ତାଙ୍କ ପୁଅ ତଥା ହଲିଉଡ୍‌ର ନାମୀ କଳାକାର ମାଇକେଲ ଡୋଗଲାସ ଇନଷ୍ଟାଗ୍ରାମ ମାଧ୍ୟମରେ ଏହି ଖବର ସାରା ବିଶ୍ୱକୁ ଜଣାଇଛନ୍ତି। ଏହି ଖବର ସହ ସେ ଏକ ଇମୋଶନାଲ ପୋଷ୍ଟ ଶେୟାର କରିଛନ୍ତି। ପରିବାର ସହ ପିତାଙ୍କ ପୁରୁଣା ଫଟୋ ଶେୟାର କରି ମାଇକେଲ ଲେଖିଛନ୍ତି, ମୁଁ ଓ ମୋ ଭାଇମାନେ ଦୁଃଖର ସହ ପ୍ରକାଶ କରୁଛୁ କି କିର୍କ ଡୋଗଲାସ ୧୦୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ବିଶ୍ୱ ପାଇଁ ସେ ଜଣେ ଲିଜେଣ୍ଡ ଥିଲେ, ଜଣେ କଳାକାର ଭାବେ ସିନେମାର ସୁବର୍ଣ୍ଣ ମୁହୂର୍ତ୍ତରେ ସେ ମନଖୋଲି ଜୀବନ କାଟିଥିଲେ। ସେ ଏମିତି ଜଣେ ବ୍ୟକ୍ତି ଯେ କେବଳ ନ୍ୟାୟରେ ଚାଲୁଥିଲେ, ଆଉ ସେହି କାମକୁ ସପୋର୍ଟ କରୁଥିଲେ ଯାହାକୁ ସେ ବିଶ୍ୱାସ କରୁଥିଲେ। ପରିବାର ପାଇଁ ତାଙ୍କର ଭଲପାଇବା ସବୁବେଳେ ଥିଲା ବୋଲି ମାଇକେଲ ଲେଖିଛନ୍ତି। ହଲିଉଡ୍‌ ସିନେମାରେ ତାଙ୍କର ଅବଦାନକୁ ଯୁଗ ଯୁଗ ପର୍ଯ୍ୟନ୍ତ ଦର୍ଶକେ ମନେ ରଖିବେ ବୋଲି ମାଇକେଲ ଉଲ୍ଲେଖ କରିଛନ୍ତି।

Share