Categories: ଫୁରସତ

ହଲିଉଡ୍‌ ହିରୋଙ୍କଠାରୁ ବି କମ୍‌ ଦିଶୁ ନ ଥିଲେ ରତନ ଟାଟା, ଫଟୋ ଭାଇରାଲ

ଟାଟା ଗ୍ରୁପ୍‌ର ଚେୟାରମ୍ୟାନ୍‌ ରତନ୍‌ ଟାଟା ୮୨ ବର୍ଷ ବୟସରେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଯୁବାବସ୍ଥାର ଏକ ଫଟୋ ଶେୟାର କରିଛନ୍ତି। ଯାହା ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏବେସୁଦ୍ଧା ଏହି ଫଟୋକୁ ଅଢ଼େଇ ଲକ୍ଷରୁ ଅଧିକ ଲୋକ ଲାଇକ୍‌ କରିସାରିଲେଣି। ଫଟୋରେ ରତନ କୌଣସି ହଲିଉଡ୍‌ ହିରୋଙ୍କଠାରୁ ବି କମ୍‌ ଦିଶୁନାହାନ୍ତି। ମାସକ ପୂର୍ବରୁ ରତନ ସୋସିଆଲ ମିଡିଆରେ ଯୋଡ଼ି ହୋଇଛନ୍ତି। ମାତ୍ର ଏତିକି ଦିନ ମଧ୍ୟରେ ତାଙ୍କୁ ୮ ଲକ୍ଷରୁ ଅଧିକ ଲୋକ ଫଲୋ କରୁଛନ୍ତି। ରତନଙ୍କର ଏହି ଫଟୋ ଲସ୍‌ଏଞ୍ଜେଲସର ଜଣାପଡୁଛି। ଏହି ସମୟରେ ତାଙ୍କୁ ୨୫ ବର୍ଷ ହୋଇଥିଲା।

ଫଟୋକୁ ଦେଖି ୟୁଜରମାନେ ରତନଙ୍କୁ ହଲିଉଡ୍‌ ହିରୋଙ୍କ ସହ ତୁଳନା କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ତାଙ୍କର ଏହା ୧୫ତମ ପୋଷ୍ଟ। ଏଥିରେ ସେ କ୍ୟାପଶନ ଲେଖିଛନ୍ତି, ଥ୍ରୋ ବ୍ୟାକ୍‌ ଥର୍ସ ଡେ’ ବିଷୟରେ କେହି ଜଣେ କହିଥିଲେ। ତେଣୁ ଏହି ଫଟୋକୁ ମୁଁ ଶେୟାର କରିବାକୁ ଚାହିଁଲି। ଏହା ଲସ୍‌ଏଞ୍ଜେଲ୍‌ସର। ୩ ହଜାରରୁ ଅଧିକ ଲୋକ କମେଣ୍ଟ୍‌ ଦେଇଛନ୍ତି। କହିରଖୁଛୁ, ରତନ ଆମେରିକାରେ ପଢ଼ା ଶେଷ କରି କିଛିଦିନ ଚାକିରି ମଧ୍ୟ କରିଥିଲେ। ୧୯୬୨ରେ ଭାରତ ଫେରି ଆସି ନିଜର ବ୍ୟବସାୟ ଆରମ୍ଭ କରିଥିଲେ।

Share