Categories: ଖେଳ

ହଲ୍‌ ଅଫ୍‌ ଫେମ୍‌ ଓପନ୍‌ପେସ୍‌-ଡାନିଏଲ୍‌ ସେମିଫାଇନାଲରେ

ନ୍ୟୁପୋର୍ଟ, ୨୦ା୭ (ପି.ଟି.): ଭାରତର ଭେଟେରାନ ଟେନିସ ଖେଳାଳି ଲିଆଣ୍ଡର ପେସ୍‌ ଏଟିପି ହଲ୍‌ ଅଫ୍‌ ଫେମ୍‌ ଓପନ ଟେନିସ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ପେସ୍‌ ଓ ତାଙ୍କ ନ୍ୟୁଜିଲାଣ୍ଡ ପାର୍ଟନର ମାର୍କସ ଡାନିଏଲ୍‌ ୬-୪, ୫-୭, ୧୪-୧୨ ସେଟ୍‌ରେ ଅଷ୍ଟ୍ରେଲିଆ-ସ୍ବିଡେନ ଯୋଡ଼ି ମାଥ୍ୟୁ ଏବ୍‌ଡେନ୍‌ ଓ ରବର୍ଟ ଲ୍ୟାଣ୍ଡଷ୍ଟେଡ୍‌ ଯୋଡ଼ିଙ୍କୁ ହରାଇ ଦେଇଛନ୍ତି। ୪୬ ବର୍ଷୀୟ ପେସ୍‌ ୧୯୯୫ରେ ପ୍ରଥମ ଥର ହଲ୍‌ ଅଫ୍‌ ଫେମ୍‌ ଓପନ୍‌ରେ ଖେଳିଥିଲେ। ଏଠାରେ କ୍ୱାର୍ଟରଫାଇନାଲ ଜିତିବା ପରେ ୨୦୦୬ରେ ସାନ୍‌ଜୋସ୍‌ଠାରେ ଜନ୍‌ ମ୍ୟାକନୋର (୪୭ବର୍ଷ)ଙ୍କ ପରେ ସେ ସବୁଠାରୁ ବୟୋଜ୍ୟେଷ୍ଠ ଏଟିପି ଟୁର୍‌ ସେମିଫାଇନାଲିଷ୍ଟ ବିବେଚିତ ହୋଇଛନ୍ତି। ପେସ୍‌ କହିଛନ୍ତି କଠିନ ପରିଶ୍ରମ ଯୋଗୁ ଏବୟସରେ ମଧ୍ୟ ମୁଁ ଖେଳରେ ତିଷ୍ଠି ରହିପାରିଛି। ଜ୍ୱରରେ ପୀଡ଼ିତ ଥିବା ଅବସ୍ଥାରେ ମୁଁ ଖେଳିଛି। ଯେଉଁ ସମୟରେ ଜଣେ ଚାହିଁବ ନାହିଁ ସେ ସମୟରେ ମୁଁ ଜିମ୍‌କୁ ଯାଇଛି।

Share