Categories: ଗଞ୍ଜାମ

ହଳଦିଆପଦର ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ନେଇ ସ୍ବତନ୍ତ୍ର ବୈଠକ

ବ୍ରହ୍ମପୁର ଅଫିସ,୧୬।୭: ବ୍ରହ୍ମପୁର ହଳଦିଆପଦର ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ନେଇ ମଙ୍ଗଳବାର ଏକ ସ୍ବତନ୍ତ୍ର ବୈଠକ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଜିଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଉପଜିଲାପାଳ ଦିଗନ୍ତ ରାଉତରାୟ, ନିଗମ କମିଶନର ତଥା ବିଡିଏ ଉପାଧ୍ୟକ୍ଷ ଚକ୍ରବର୍ତ୍ତୀ ସିଂ ରାଠୋର, ବିଡିଏ ସଚିବ ସମ୍ବିତ ରାଉତ, ବ୍ରହ୍ମପୁର ଏସ୍‌ପି ପିନାକୀ ମିଶ୍ର, ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ସହ ବହୁ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ ।