ହଳଦିପଡ଼ିଆରେ ବ୍ରାଉନ୍‌ସୁଗାର ବିକ୍ରି ଅଭିଯୋଗ: ଦମ୍ପତି ଗିରଫ

କଟକରୋଡ଼,୧୦।୭(ଡି.ଏନ୍‌.ଏ.): ବ୍ରାଉନ୍‌ସୁଗାର ବିକ୍ରି ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୋଲିସ ବୁଧବାର ଏକ ଦମ୍ପତିଙ୍କୁ ଗିରଫ କରିଛି। ସେମାନେ ହେଲେ ହଳଦୀପଡ଼ିଆ ବସ୍ତିରେ ରହୁଥିବା ସରିଫ ଖାନ୍‌ ଓ ତାଙ୍କ ସ୍ତ୍ରୀ ଆୟଶା ବିବି। ସେମାନଙ୍କ ନିକଟରୁ ସାଢ଼େ ୧୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରାଯାଇଛି।
ସୂଚନାମୁତାବକ, ଦୀର୍ଘ ୫ ବର୍ଷ ହେବ ସରିଫ ଓ ଆୟଶା ହଳଦିପଡ଼ିଆ ବସ୍ତିରେ ବ୍ରାଉନ୍‌ସୁଗାର ବ୍ୟବସାୟ କରୁଥିଲେ। ଇତିମଧ୍ୟରେ ଆୟଶା ପୂର୍ବରୁ ୨ଥର ଗିରଫ ହୋଇ ଜେଲ ଯାଇଥିଲେ। ଜାମିନରେ ଫେରିବା ପରେ ପୁନର୍ବାର ବସ୍ତିରେ ବ୍ରାଉନ୍‌ସୁଗାର ବ୍ୟବସାୟ କରୁଥିଲେ। ଏହି ସୂଚନା ପାଇ ପୋଲିସ ଚଢ଼ାଉ କରିଥିଲା।

Share