ହଳଦୀ ଅମଳ ପାଇଁ ଜଙ୍ଗଲରେ ବିତୁଛି ଜୀବନ: ବିକ୍ରିନେଇ ଚିନ୍ତାରେ ଚାଷୀ

ଦାରିଙ୍ଗବାଡ଼ି,୧୦।୪(ଡି.ଏନ୍‌.ଏ.)- ଏବେ କନ୍ଧମାଳରେ ହଳଦୀ ଅମଳ ସମୟ। ପ୍ରକୃଷ୍ଟ ସମୟ ବିତିଗଲେ ଚାଷୀଙ୍କୁ ହଜାର ହଜାର ଟଙ୍କାର କ୍ଷତି ସହିବାକୁ ପଡ଼ିବ। ଚାଷୀର ମେରୁଦଣ୍ଡ କୁହାଯାଉଥିବା ହଳଦୀ ଚାଷରୁ ଭଲ ରୋଜଗାର ହେଉଥିବାବେଳେ ଏବେ କରୋନା ପାଇଁ କିଭଳି ବିକ୍ରି ହେବ ସେନେଇ ଚିନ୍ତା ବଢ଼ି ଯାଇଛି ବୋଲି କହିଛନ୍ତି ଚାଷୀ ପାନୁରା ପ୍ରଧାନ। ତେବେ ହଳଦୀ ଅମଳ ଶେଷ ବେଳେକୁ ଏହି ଲକଡାଉନ ହଟିଯାଇ ପରିସ୍ଥିତି ସ୍ବାଭାବିକ ରହିଥିବ ବୋଲି ସେ ଆଶା ପ୍ରକଟ କରିଛନ୍ତି। ହଳଦୀ ଅମଳ ଏବଂ ପୁନର୍ବାର ହଳଦୀ ବିହନ ଲଗାଇବା ପାଇଁ ଏଠିକାରେ ଜନଜାତି ସମ୍ପ୍ରଦାୟର ଚାଷୀଙ୍କୁ ପ୍ରାୟ ୬ ମାସ ଧରି ଜଙ୍ଗଲରେ ରହିବାକୁ ପଡେ। ଲକଡାଉନ ଘୋଷଣା ପରେ ମଧ୍ୟ ହଳଦୀ ଅମଳ ପାଇଁ ଚାଷୀ ନିଜ ପରିବାର ସହ ଜଙ୍ଗଲରେ ପତ୍ର କୁଡ଼ିଆ କରି ରହିଛନ୍ତି। ଏଭଳି ଦୃଶ୍ୟ କନ୍ଧମାଳ ଜିଲାର ସମସ୍ତ ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳେ। ଦାରିଙ୍ଗବାଡ଼ି ବ୍ଲକରେ ମଧ୍ୟ ଶତାଧିକ ଚାଷୀ ପରିବାର ଏବେ ଜଙ୍ଗଲରେ ଅଛନ୍ତି। ଜଙ୍ଗଲରୁ ସଂଗ୍ରହ ଖାଦ୍ୟଖାଇ ସେଠାରେ ରହୁଛନ୍ତି। କେତେକ ଚାଷୀ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ୩ ମାସର ପିଡିଏସ୍‌ ଚାଉଳ ନେଇ ଜଙ୍ଗଲରେ ରହୁଥିବା କହିଛନ୍ତି। ସାରା ଦେଶରେ କରୋନା ପାଇଁ ଲକ୍‌ଡାଉନ କଟକଣା। ସାମାଜିକ ଦୂରତା ପାଇଁ ସରକାର ବ୍ୟାପକ ସଚେତନ କରୁଛନ୍ତି। ମାତ୍ର ଏମାନଙ୍କ ନିକଟରେ କୌଣସି ସଚେତନର ବାର୍ତ୍ତା ପହଞ୍ଚତ୍ବା ମୁସ୍କିଲ ହୋଇପଡ଼ିଛି। କିଭଳି ଏହି ରୋଗ ବ୍ୟାପୁଛି ସେ ସମ୍ପର୍କରେ ସେମାନଙ୍କୁ ଜଣାନାହିଁ।
(((((ଫଟୋ—–ହଳଦୀ ଅମଳ ପାଇଁ କାର୍ଯ୍ୟ କରୁଛନ୍ତ।

Share