ହଷ୍ଟେଲରେ ଛାତ୍ରଙ୍କୁ ମାଡ଼ ମାରିବା ଘଟଣା: ଗିରଫ ହେଲେ ଓ୍ବାର୍ଡେନ

ଭୁବନେଶ୍ୱର,୨୦।୮(ବ୍ୟୁରୋ): ଖଣ୍ଡଗିରି ଥାନା ଅଞ୍ଚଳରେ ଥିବା ଏକ ଆବାସିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ସ୍କୁଲର ହଷ୍ଟେଲରେ ଛାତ୍ରଙ୍କୁ ମାଡ଼ ମାରିବା ଘଟଣାରେ ଅଭିଯୁକ୍ତ ଓ୍ବାର୍ଡେନ୍‌ଙ୍କୁ ପୋଲିସ ମଙ୍ଗଳବାର ଗିରଫ କରିଛି। ସେ ହେଲେ ବିଶ୍ୱରଞ୍ଜନ ରଣା।
ବିଶ୍ୱରଞ୍ଜନ ୨ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଛାତ୍ର ଜଣକ ଯେତେ କାକୁତି ମିନତି ହୋଇଥିଲେ ମଧ୍ୟ ସେ ଛାଡ଼ି ନ ଥିଲେ। ଉକ୍ତ ଭିଡ଼ିଓରେ ଯାହା ଶୁଣାଯାଉଛି ଓ୍ବାର୍ଡେନ୍‌ ପଚାରୁଛନ୍ତି, କେତେ ମାର୍କ ରଖିଛୁ। ୬୦ ପ୍ରତିଶତ। ଏହା କହି ଓ୍ବାର୍ଡେନ୍‌ ଛାତ୍ରଙ୍କୁ ନିର୍ଘାତ ପିଟୁଚନ୍ତି। ପିଲାଟି ଯୁକ୍ତ ୨ର ଛାତ୍ର ବୋଲି ଜଣାପଡ଼ିଛି।

Share