Categories: ଜାତୀୟ

ହସାଇଲା ଜୋମାଟୋ

ନୂଆଦିଲ୍ଲୀ,୯।୭: ଫୁଡ୍‌ ଡେଲିଭରି ଆପ୍‌ ଜୋମାଟୋ ନିକଟରେ ଏମିତି ଏକ ମଜାଳିଆ ଟୁଇଟ୍‌ କରିଛି ଯାହାକୁ ପଢି ଲୋକେ ଏହାର ମଜା ଉଠାଉଛନ୍ତି। କେହି କେହି ଏହାକୁ ପଢି ହସିହସି ବେଦମ୍‌ ମଧ୍ୟ ହେଉଛନ୍ତି। ଗ୍ରାହକଙ୍କ ଉଦ୍ଦେଶ୍ୟରେ ଏଥିରେ ଟୁଇଟ୍‌ କରାଯାଇଛି କି ଖାଦ୍ୟର ସ୍ବାଦରେ ପରିବର୍ତ୍ତନ ପାଇଁ କେବେ କେବେ ଘରର ଖାଦ୍ୟ ମଧ୍ୟ ଖାଆନ୍ତୁ। ଆଉ ଏହାକୁ ଦେଖିବା ପରେ ଲୋକେ ନ ହସି ରହିପାରି ନାହାଁନ୍ତି। କେବଳ ସେତିକି ନୁହେଁ ଜୋମାଟୋର ଏହି ଟୁଇଟ୍‌କୁ ଅନ୍ୟ ବ୍ରାଣ୍ଡମାନେ ମଧ୍ୟ କପି କରିଛନ୍ତି। ଏପର୍ଯ୍ୟନ୍ତ ଏହି ଟୁଇଟ୍‌କୁ ୧୯ ହଜାରରୁ ଅଧିକ ଲାଇକ୍‌ ମିଳିସାରିଥିବା ବେଳେ ଏହାକୁ ଅନ୍ୟ ବ୍ରାଣ୍ଡ ଓ କମ୍ପାନୀଙ୍କଠାରୁ ପ୍ରତିକ୍ରିୟା ମଧ୍ୟ ମିଳୁଛି।

Share