Categories: ଖେଳ

ହସିନ ଜାହାନ ଗିରଫ

ଲକ୍ଷ୍ନୌ, ୩୦ା୪-ଶ୍ୱଶୁର ଘରେ ଗଣ୍ଡଗୋଳ ପାଇଁ କ୍ରିକେଟର ମହମ୍ମଦ ସାମିଙ୍କଠାରୁ ଦୀର୍ଘ ଦିନ ଧରି ଅଲଗା ରହୁଥିବା ତାଙ୍କ ସ୍ତ୍ରୀ ହସିନ ଜାହାନଙ୍କୁ ପୋଲିସ ପ୍ରଥମେ ଗିରଫ କରି ପରେ ଛାଡ଼ିି ଦେଇଥିବା ଜଣାପଡ଼ିଛି। ଜାହାନ ରବିବାର ରାତିରେ ସାହାସପୁର ଅଲି ନଗରଗ୍ରାମସ୍ଥିତ ତାଙ୍କ ଶ୍ୱଶୁର ଘରକୁ ଯାଇଥିଲେ। ଶ୍ୱଶୁରଘର ଲୋକେ କିନ୍ତୁ ତାଙ୍କୁ ଘରଛାଡ଼ି ଚାଲିଯିବା ଲାଗି କହିଥିଲେ। ଜାହାନ ତାହା ନ ଶୁଣି ଗୋଟିଏ ରୁମ୍‌ରେ ସେ ଓ ତାଙ୍କ ପିଲାକୁ ବନ୍ଦ କରି ରଖିଥିଲେ। ଶ୍ୱଶୁର ଘର ଲୋକେ ପୋଲିସ ସହାୟତା ଲୋଡିଥିଲେ। ପୋଲିସ ଉଭୟପକ୍ଷଙ୍କ ମଧ୍ୟରେ ବୁଝାମଣା କରିବାରେ ବିଫଳ ହୋଇଥିଲେ। ଶେଷରେ ସେମାନେ ଜାହାନଙ୍କୁ ଗିରଫ କରିଥିଲେ। ଜାହାନଙ୍କୁ ଖବରଦାତାମାନେ ଏ ବିଷୟରେ ପଚାରିବାରୁ ସ୍ବାମିଙ୍କ ଘରକୁ ଆସିବା ମୋର ବ୍ୟକ୍ତିଗତ ଅଧିକାର ରହିଛି। ମାତ୍ର ମୋ ଶ୍ୱଶୁର ଘର ଲୋକେ ମୋତେ ଦୁର୍ବ୍ୟବହାର କରୁଛନ୍ତି। ପୋଲିସ ସେମାନଙ୍କୁ ଗିରଫ କରିବା ପରିବର୍ତ୍ତେ ସମର୍ଥନ କରି ମୋତେ ଗିରଫ କରିଛି। ମହମ୍ମଦ ଶାମି ବର୍ତ୍ତମାନ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ବ୍ୟସ୍ତ ଅଛନ୍ତି। ସେ କିଙ୍ଗ୍ସ ଇଲେଭେନ ପଞ୍ଜାବ ତରଫରୁ ଖେଳୁଛନ୍ତି।

Share