Categories: ଜାତୀୟ

ହସି-ହସି ପଢ଼ିବା ଶିଖିଲେ ମେଲାନିଆ

ନୂଆଦିଲ୍ଲୀ,୨୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସ୍ତ୍ରୀ ମେଲାନିଆ ଦିଲ୍ଲୀର ନାନକପୁରା ସ୍ଥିତି ମଙ୍ଗଳବାର ସର୍ବୋଦୟ କୋ-ଏଡ୍‌ ସିନିଅର ସେକେଣ୍ଡାରୀ ସ୍କୁଲରେ ଅନୁଷ୍ଠିତ ହୋଇଥିବା ହ୍ୟାପିନେସ୍‌ କ୍ଳାସ୍‌ରେ ଯୋଗଦେଇଛନ୍ତି। ହସି ହସି ଖେଳକୁଦ ମାଧ୍ୟମରେ କିପରି ପାଠପଢ଼ା କରାଯାଇପାରେ ତାହା ମେଲାନିଆ ଏଠାରେ ଶିଖିଛନ୍ତି। ଏହାଦ୍ୱାରା ଶିକ୍ଷାର୍ଥୀ ବିନା ମାନସିକ ଚାପରେ ପାଠପଢ଼ିବାକୁ ସକ୍ଷମ ହୋଇପାରିଥାନ୍ତି। ପାଠପଢ଼ାରେ ଚାପମୁକ୍ତ ରହିବାର ଗୁରୁତ୍ୱ ସେ ଉପଲବ୍ଧି କରିପାରିଛନ୍ତି। ସୂଚନାଯୋଗ୍ୟ, ମେଲାନିଆ ମଡେଲିଂ କରିବାକୁ ଭଲ ପାଉଥିଲେ। ଏହାଯୋଗୁ ତାଙ୍କର ପାଠପଢ଼ାରେ ଡୋରି ବନ୍ଧା ହୋଇଥିଲା। ସେ ୫ ବର୍ଷ ବୟସରେ ମଡେଲିଂ ଆରମ୍ଭ କରିଥିଲେ। ୧୬ ବର୍ଷ ବୟସରେ ସେ ଫେଶନ ଫଟୋଗ୍ରାଫି କରିବା ଆରମ୍ଭ କରିଥିଲେ। ମଡେଲିଂରେ ବ୍ୟସ୍ତ ରହି ମେଲାନିଆ ପାଠ ପଢ଼ିପାରି ନ ଥିଲେ।

Share