Categories: ଜାତୀୟ

ହସ୍ତାନ୍ତର କରାଗଲା ବିମାନ ବନ୍ଦରରୁ ଫେରିଯାଇଥିବା ୩ ଭାରତୀୟଙ୍କ ମୃତଦେହ

ନୂଆଦିଲ୍ଲୀ,୨୭।୪: ବିଦେଶରେ ମୃତ୍ୟୁ ହୋଇଥିବା ୩ ଭାରତୀୟଙ୍କ ମୃତଦେହ ୪ ଦିନ ହେବ ନୂଆଦିଲ୍ଲୀ ବିମାନ ବନ୍ଦରରୁ ଫେରିଯିବା ପରେ ପୁଣିଥିରେ ସୋମବାର ସକାଳେ ସେମାନଙ୍କ ପରିଜନଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି। କରୋନା ଭାଇରସ କଟକଣାକୁ ନେଇ ୪ ଦିନ ହେବ ୩ ମୃତଦେହ ୟୁନାଇଟେଡ ଆରବ ଏମିରେଟ୍ସକୁ ଫେରାଇ ଦିଆଯାଇଥିଲା। ଏ ସମ୍ପର୍କରେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖି ଜଣାଇବା ସହ ମୃତଦେହ ଗୁଡିକୁ ଭାରତ ଫେରାଇ ଆଣିବାକୁ ମୋଦିଙ୍କ ହସ୍ତକ୍ଷେପ ଲୋଡିଥିଲେ। ସୂଚନାଯୋଗ୍ୟ, ୟୁଏଇରେ କାମ କରୁଥିବା ସଞ୍ଜିବ କୁମାର ଓ ଜଗସିର ସିଂଙ୍କ ମୃତ୍ୟୁ ଏପ୍ରିଲ ୧୩ରେ ହୋଇଥିବା ବେଳେ କମଲେଶ ଭଟ୍ଟଙ୍କ ମୃତ୍ୟୁ ଏପ୍ରିଲ ୧୭ରେ ହୃଦଘାତ ଯୋଗୁ ହୋଇଥିଲା। ଏହାପରେ ଭଟ୍ଟଙ୍କ ମୃତଦେହ ଫେରିଯିବା ଘଟଣାକୁ ନେଇ ମାମଲା ଦିଲ୍ଲୀ ହାଇକୋର୍ଟ ପହଞ୍ଚିଥିଲା। ଏ ସମ୍ପର୍କରେ ସରକାର ନିଜ ପକ୍ଷ ରଖି ଘଟଣାର ସମାଧାନ କରିବେ ବୋଲି କହିଥିଲେ। ଏହି ଘଟଣାକୁ ନେଇ ୟୁଏଇରେ ଥିବା ଭାରତୀୟ ରାଷ୍ଟ୍ରଦୂତ କ୍ଷୋଭ ପ୍ରକାଶ କରଥିଲେ।

Share