Categories: ଜାତୀୟ

ହସ୍ପିଟାଲରୁ ଲୁଚି ପଳାଇଲେ ଚାଇନା ଫେରନ୍ତା ଛାତ୍ର: ଲୋକେ ଭୟଭୀତ

ଭୋପାଳ,୩।୨: ମଧ୍ୟପ୍ରଦେଶ ଛତରପୁରର ନୌଗାଁଓ ଅଞ୍ଚଳରେ ଚାଇନରୁ ଫେରିଥିବା ଜଣେ ଛାତ୍ରଙ୍କୁ କରୋନାଭାଇରସ ସଂକ୍ରମଣର ଆଶଙ୍କା କରି ଭର୍ତ୍ତି କରାଯାଇଥିଲା। ହେଲେ ସେ ହଠାତ୍‌ ହସ୍ପିଟାଲରୁ ଲୁଚି ପଳାଇବା ଫଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ପ୍ରାୟ ୨୦ ଦିନ ପୂର୍ବରୁ ମେଡିକାଲ ପଢୁଥିବା ଉକ୍ତ ଛାତ୍ର ଜଣକ ଚାଇନାରୁ ଫେରିଥିଲେ। କାଳେ ସେ କରୋନାଭାଇରସ ଦ୍ୱାରା ଆକ୍ରାନ୍ତ ଥିବେ ଏହା ସନ୍ଦେହ କରି ତାଙ୍କୁ ଜିଲା ହସ୍ପିଟାଲର ଆଇସୋଲେଶନ ଓ୍ବାର୍ଡରେ ଭର୍ତ୍ତି କରାଯାଇଥିଲା। ଏହାସହ ତାଙ୍କର ରକ୍ତ ନମୁନା ପୁଣେ ପଠାଯାଇଥିବା ବେଳେ ହଠାତ୍‌ ସେ ହସ୍ପିଟାଲରୁ ଉଭାନ୍‌ ହୋଇଯିବା ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ସୂଚନାଯୋଗ୍ୟ, କରୋନାଭାଇରସରେ ସଂକ୍ରମିତ ହୋଇ ଏବେ ପର୍ଯ୍ୟନ୍ତ ଚାଇନାରେ ୩୬୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୭ ହଜାରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ଅଛନ୍ତି। ଏହା ଏବେ କେବଳ ଚାଇନା ନୁହେଁ ସେଠାରୁ ବିଶ୍ୱର ବିଭିନ୍ନ ଦେଶକୁ ଫେରୁଥିବା ନାଗରିକଙ୍କ ପାଖରେ ମଧ୍ୟ ଦେଖା ଗଲାଣି। ତେଣୁ କରୋନାଭାଇରସକୁ ନେଇ ଏବେ ସାରା ବିଶ୍ୱ ଚିନ୍ତାରେ ପଡିଯାଇଛି।

Share