ହସ୍ପିଟାଲରେ ଋଷି କପୁର, ଦେଖିବାକୁ ଗଲେ ରଣବୀର-ଆଲିଆ

ବଲିଉଡ ଅଭିନେତା ଋଷି କପୁର ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ହଠାତ୍‌ ତାଙ୍କ ସ୍ବାସ୍ଥବସ୍ଥା ଖରାପ ହେବାକୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ତାଙ୍କୁ ଦେଖିବା ପାଇଁ ସ୍ତ୍ରୀ ନୀତୁ, ପୁଅ ରଣବୀର ଓ ଭାବି ବୋହୂ ଆଲିଆ ପହଞ୍ଚିଛନ୍ତି। ଗତବର୍ଷ ଋଷି କପୁର ନ୍ୟୁୟର୍କରେ କ୍ୟାନସର ଚିକିତ୍ସିତ ହୋଇ ୧୧ ମାସ ପରେ ସେଠାରୁ ଫେରିଥିଲେ। ଆଲିଆ ଏବଂ ରଣବୀର ବ୍ରହ୍ମାସ୍ତ୍ର ଶୁଟିଂରୁ ଫେରି ଋଷିଙ୍କୁ ଦେଖିବାକୁ ଯାଇଥିଲେ।

Share