Categories: ଜାତୀୟ

ହସ୍ପିଟାଲରେ ଓସ୍କାର ଫର୍ନାଣ୍ଡିଜ୍‌

ବେଙ୍ଗାଲୁରୁ, ୧୧ା୬: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓସ୍କାର ଫର୍ନାଣ୍ଡିଜ୍‌ ବୁଧବାର ମାଙ୍ଗାଲୋର୍‌ର କୋଡିଆଲ୍‌ବେଲସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ଚିକିତ୍ସା ଲାଗି ସେଠାରେ ଭର୍ତ୍ତି କରାଯାଇଛି। କିଡ୍‌ନୀ ଓ ଛାତି ସମସ୍ୟା ଯୋଗୁ ସେ ଚିକିତ୍ସିତ ହୋଇଆସୁଥିଲେ। ଏବେ ସେ କଂଗ୍ରେସର ରାଜ୍ୟ ସଭା ସଦସ୍ୟ ଅଛନ୍ତି। ଦୁଇଦିନ ତଳେ ହସ୍ପିଟାଲରେ ଚେକ୍‌ଅପ୍‌ ହୋଇ ଫେରିବା ପରେ ପୁଣି ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପୁଣି ସେଠାକୁ ନିଆଯାଇଥିବା ଜଣାପଡ଼ିଛି।

Share