ଭୋପାଳ,୨୨।୬: ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ ଶନିବାର ସକାଳେ ହମିଦିଆ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆଙ୍ଗୁଳିରେ ଯନ୍ତ୍ରଣା ଅନୁଭବ କରିବାକୁ ତାଙ୍କୁ ହସ୍ପିଟାଲ ଯିବାକୁ ପଡିଥିଲା। ସେଠାରେ ତାଙ୍କ ଆଙ୍ଗୁଳିର ଏକ ଅପରେଶନ କରାଯାଇଥିବା ବେଳେ ସ୍ବାସ୍ଥ୍ୟାବସ୍ଥା ଠିକ୍ ଥିବା କହିଛନ୍ତି, ଗାନ୍ଧୀ ମେଡିକାଲ କଲେଜର ଡିନ୍ ଅରୁଣା କୁମାର। କିଛି ଘଣ୍ଟା ଅବଜରଭେଶନରେ ରଖି ତାଙ୍କୁ ଛାଡି ଦିଆଯିବ ବୋଲି କୁହାଯାଇଛି। ତେବେ ଏହି ସମୟରେ ତାଙ୍କୁ କେହି ଭେଟିବାକୁ ହସ୍ପିଟାଲ ନ ଆସିବାକୁ କମଲ ନାଥ ଅନୁରୋଧ କରିଛନ୍ତି। କାରଣ ଏହାଦ୍ୱାରା ହସ୍ପିଟାଲରେ ଭିଡ ହେବା ସହ ସାଧାରଣ ରୋଗୀ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି ବୋଲି ସେ କହିଛନ୍ତି।