Categories: ଜାତୀୟ

ହସ୍ପିଟାଲରେ ଭର୍ତ୍ତି ହେଲେ ସ୍ବାତୀ

ନୂଆଦିଲ୍ଲୀ,୧୫।୧୨: ଦୀର୍ଘ ଦିନ ହେବ ମହିଳା ସୁରକ୍ଷାକୁ ନେଇ ଅନଶନରେ ବସିଥିବା ଦିଲ୍ଲୀ ମହିଳା କମିଶନର ମୁଖ୍ୟ ସ୍ବାତୀ ମାଲିଓ୍ବାଲଙ୍କ ସ୍ବାସ୍ଥ୍ୟ ବିଗିଡି ଯାଇଛି। ରବିବାର ସକାଳୁ ସେ ବେହୋସ୍‌ ହୋଇଯିବାରୁ ତାଙ୍କୁ ଲୋକ ନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦେଶରେ ହେଉଥିବା ବଳାତ୍କାର ଘଟଣାକୁ ନେଇ ସ୍ବାତୀ ଅନଶନରେ ବସିବା ସହ ବଳାତ୍କାରୀଙ୍କୁ ୬ମାସ ମଧ୍ୟରେ ଦଣ୍ଡ ଦେବାକୁ ସେ ଦାବି କରିଛନ୍ତି। ଇତିମଧ୍ୟରେ ତାଙ୍କର ଓଜନ ୭କିଲୋ କମିଯାଇଥିବା ଜଣାପଡିଛି। ଶନିବାର ସେ ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ପତ୍ର ଲେଖିବା ସହ ଆନ୍ଧ୍ରପ୍ରଦେଶ ଭଳି ଦିଶା ବିଲ୍‌ ପାସ୍‌ କରିବାକୁ ଅନୁରୋଧ କରିଥିଲେ। ତେବେ ‘ଦିଶା ବିଲ୍‌’ ହେଉଛି ମାତ୍ର ୨୧ ଦିନ ମଧ୍ୟରେ ବଳାତ୍କାରୀଙ୍କୁ ଦଣ୍ଡବିଧାନର ବ୍ୟବସ୍ଥା। ସେ କହିଥିଲେ ଆନ୍ଧ୍ର ପ୍ରଦେଶ ସରକାର ଯଦି ଏହାକୁ ପାସ୍‌ କରିପାରୁଛନ୍ତି ତେବେ କେନ୍ଦ୍ର ସରକାର କାହିଁକି ପାରିବେ ନାହିଁ। ସୂଚନାଯୋଗ୍ୟ, ତେଲଙ୍ଗାନା ଗଣବଳାତ୍କାର ଓ ହତ୍ୟା ଘଟଣା, ଉନ୍ନାଓ ପୀଡିତାଙ୍କୁ ହତ୍ୟା ପରେ ସ୍ବାତୀ ମହିଳାଙ୍କ ସୁରକ୍ଷା ଦାବି କରି ଅନଶନରେ ବସିଛନ୍ତି।

Share