ହସ୍ପିଟାଲରେ ଭର୍ତ୍ତି ହେଲେ ମୁଶରଫ

ଇସ୍‌ଲାମାବାଦ,୩।୧୨: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶରଫଙ୍କ ସ୍ବାସ୍ଥ୍ୟ ବିଗିଡି ଯାଇଛି। ସେ ପୁଣିଥରେ ଦୁବଇର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏଥର ସେ ଗୁରୁତର ହୋଇପଡିଛନ୍ତି। ଗତ ମାର୍ଚ୍ଚ ମାସରେ ମଧ୍ୟ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେତେବେଳେ ତାଙ୍କଦଳ ପକ୍ଷରୁ ସୂଚନା ଦିଆଯାଇଥିଲା କି ବହୁ ପୂର୍ବରୁ ତାଙ୍କ ଦେହ ଖରାପ ଥିବାରୁ ଚିକିତ୍ସା ଚାଲିଥିଲା ଆଉ ଏବେ ତାହା ଜଟିଳ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁଶରଫ ଅମିଲୋଇଡୋସିସ(Amyloidosis) ରୋଗରେ ପୀଡିତ ବୋଲି ଜଣାପଡିବା ପରେ ଗତବର୍ଷ ଅକ୍ଟୋବରରୁ ତାଙ୍କୁ ପ୍ରତି ୩ମାସରେ ଥରେ ଲଣ୍ଡନ ଚିକିତ୍ସା ପାଇଁ ଯିବାକୁ ପଡୁଥିଲା।

Share