Categories: ଜାତୀୟ

ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସଞ୍ଜୟ ରାଉତ କରୁଛନ୍ତି କାମ: ଫଟୋ ଭାଇରାଲ

ମୁମ୍ବାଇ,୧୨।୧୧: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଜାରି ରହିଥିବାବେଳେ ଶିବସେନା ପ୍ରବକ୍ତା ସଞ୍ଜୟ ରାଉତଙ୍କ ଏକ ଫଟୋ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ ସଞ୍ଜୟ ହସ୍ପିଟାଲ ବେଡ୍‌ରେ ବସି କାମ କରୁଛନ୍ତି। ସେ ଏକ କାଗଜରେ କିଛି ଲେଖୁଥିବା ଦେଖିବାକୁ ମିଳୁଛି। ଏହା ସହିତ ସେ ଟୁଇଟରରେ ମଧ୍ୟ ସକ୍ରିୟ ରହିଛନ୍ତି। ମଙ୍ଗଳବାର ସେ ସାହିତ୍ୟକାର ହରିବଂଶ ରାୟ ବଚ୍ଚନଙ୍କ କବିତାର କିଛି ଅଂଶ ଉଦ୍ଧୃତ କରି କହିଛନ୍ତି ଯେ ଶିବସେନା ସଫଳତା ଲାଗି ଦୃଢ଼ ନିଶ୍ଚୟ।

Share