ହସ୍ପିଟାଲରେ ରିଷି କପୁର

ମୁମ୍ବାଇ,୭-୨(ପି.ଟି.): ବର୍ଷୀୟାନ ଅଭିନେତା ରିଷି କପୁର ପୁଣିଥରେ ମୁମ୍ବାଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ସଂକ୍ରମିତ ଜ୍ୱର (ଭାଇରାଲ ଫିଭର) ହୋଇଥିବା ପରିବାର ସୂତ୍ରରୁ ଜଣାପଡିଛି। ଗତ ସପ୍ତାହରେ ସେ ଦିଲ୍ଲୀ ହସ୍ପିଟାଲରୁ ବାହାରିଥିଲେ। ସୋମବାର ସେ ମୁମ୍ବାଇରେ ପହଞ୍ଚତ୍ବା ପରେ ସୁସ୍ଥ ଥିବା ଟୁଇଟ୍‌ କରିଥିଲେ। ଦୁଇଦିନ ତଳେ ତାଙ୍କୁ ଭାଇରାଲ ଫିଭର ହେବାରୁ ତାଙ୍କୁ ଦକ୍ଷିଣ ମୁମ୍ବାଇସ୍ଥିତ ସାର୍‌ ଏଚ୍‌.ଏନ୍‌. ରିଲାଏନ୍ସ ଫାଉଣ୍ଡେଶନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେ ସୁସ୍ଥ ଥିବାରୁ ଚିନ୍ତା କରିବାର କିଛି ନାହିଁ ବୋଲି ପରିବାର ସୂତ୍ରରୁ କୁହାଯାଇଛି।

Share