ହସ୍ପିଟାଲରେ ରୋଗୀଛାଡ଼ି ଫେରୁଥିବା ବେଳେ ଆମ୍ବୁଲାନ୍ସକୁ ଧକ୍କା ଦେଲା ଟ୍ରକ: ଡ୍ରାଇଭର ମୃତ

ବଲାଙ୍ଗୀର ଅଫିସ, ୧।୬: ବଲାଙ୍ଗୀର ଜିଲା ରତନପୁର ନିକଟରେ ଶନିବାର ଟ୍ରକ୍‌ ଧକ୍କାରେ ଜଣେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ସେ ହେଲେ କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ ବେହେରାପାଟି ଗ୍ରାମର ଧନପତି ବଗର୍ତ୍ତି(୪୦)। ବଗର୍ତ୍ତି ୧୦୮ ଆମ୍ବୁଲାନ୍ସ ଯୋଗେ ବୁର୍ଲା ଭିମସାର ମେଡିକାଲ ହସ୍ପିଟାଲରେ ରୋଗୀ ଛାଡ଼ି କଳାହାଣ୍ଡି ଜିଲା ପାଷ୍ଟିକୁଡି ସ୍ବାସ୍ଥ୍ୟକେନ୍ଦ୍ରକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ତାଙ୍କ ମୃତଦେହକୁ ଭୀମଭୋଇ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲରେ ରଖାଯାଇଛି।