ହସ୍ପିଟାଲରେ ଶ୍ୱେତା ତିଓ୍ବାରୀ: ସ୍ବାମୀ କହିଲେ, ସୁନ୍ଦର ଦେଖାଯିବା ପାଇଁ…

ଟିଭିର ଲୋକପ୍ରିୟ ଅଭିନେତ୍ରୀ ଶ୍ୱେତା ତିୱାରୀ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ନିକଟରେ ‘ଖତ୍ରୋଂ କେ ଖିଲାଡି-୧୧’ରେ ତାଙ୍କୁ ଦେଖିବାକୁ ମିଳିଥିଲା। ସେ ଶୋ’ର ଶ୍ରେଷ୍ଠ ଫାଇନାଲିଷ୍ଟରେ ଥିଲେ। ସେ ଶୋ’ ଜିତିପାରି ନ ଥିଲେ। ଶୋ’ରୁ ବାହାରିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଦୁର୍ବଳ ଏବଂ ରକ୍ତଚାପ ହ୍ରାସ ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶ୍ୱେତାଙ୍କ ସ୍ବାମୀ ତଥା ଅଭିନେତା ଅଭିନାଭ କୋହଲି ତାଙ୍କ ପାଇଁ ଏକ ନୋଟ ଲେଖିଛନ୍ତି । ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।
ଶ୍ୱେତା ତିୱାରୀଙ୍କ ଡାକ୍ତରଖାନାରେ ଭର୍ତ୍ତି ହେବା ଖବର ସୋସିଆଲ ମିଡିଆରେ ପ୍ରକାଶ ପାଇବା ମାତ୍ରେ ତାଙ୍କ ଅଭିନାଭ କୋହଲି ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି ଯେ, ମୋର ଏବଂ ମୋ ପୁଅର ମିଳିତ ଭାବରେ ବଞ୍ଚିବାର ଅଧିକାର ପାଇଁ ସଂଗ୍ରାମ କୋର୍ଟରେ ଚାଲିଛି, କିନ୍ତୁ ଶ୍ୱେତାଙ୍କ ଶୀଘ୍ର ସୁସ୍ଥ କାମନା କରୁଛି। ବିଚାରି ଅଭିନେତ୍ରୀ ତୁମ ସମସ୍ତଙ୍କ ସାମ୍ନାରେ ସବୁଠାରୁ ସୁନ୍ଦର ହେବା, ଆବଶ୍ୟକତାଠାରୁ ଅଧିକ ଆଶା କରିବା, ଶରୀର ଗଠନ ପାଇଁ କମ ଖାଦ୍ୟ ଖାଇବା ଏବଂ ତା’ପରେ ଅସୁସ୍ଥ ହେବା..
ଶ୍ୱେତା ଏବଂ ଅଭିନାଭ ଏବେ ଏକାଠି ରହୁ ନାହାନ୍ତି। ଉଭୟଙ୍କ ମଧ୍ୟରେ ବୈବାହିକ କଳହ ଚାଲିଛି। ଏହି ଝଗଡା ହେତୁ ଅଭିନାଭଙ୍କୁ ଦୁଇ ଦିନ ଜେଲରେ ରହିବାକୁ ପଡିଲା। ଶ୍ୱେତା ସ୍ବାମୀଙ୍କ ନାଁରେ ଘରୋଇ ହିଂସା ଅଭିଯୋଗ ମଧ୍ୟ କରିଥିଲେ।

Share