ହସ୍ପିଟାଲ ନିର୍ଦ୍ଦେଶନାମା ରଦ୍ଦ କଲେ ଉପରାଜ୍ୟପାଳ

ନୂଆଦିଲ୍ଲୀ,୯ା୬: କୋଭିଡ୍‌-୧୯ ଚିକିତ୍ସା ଲାଗି ଦିଲ୍ଲୀର ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲ କେବଳ ଦିଲ୍ଲୀବାସୀଙ୍କ ପାଇଁ ସଂରକ୍ଷିତ ରହିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ରବିବାର ଜାରି କରିଥିବା ନିର୍ଦ୍ଦେଶନାମାକୁ ଉପରାଜ୍ୟପାଳ ଅନିଲ ବୈଜଲ ରଦ୍ଦ କରିଦେଇଛନ୍ତି। ଅନ୍ୟପକ୍ଷରେ ଉପରାଜ୍ୟପାଳ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରୁଥିବା କେଜ୍‌ରିଓ୍ବାଲ ଅଭିଯୋଗ କରିଛନ୍ତି। ସାରା ଦେଶରୁ ଆସୁଥିବା ଲୋକଙ୍କୁ କରୋନା ମହାମାରୀ ବେଳେ ଚିକିତ୍ସା ଯୋଗାଇବା ଏକ ବଡ଼ ଚ୍ୟାଲେଞ୍ଜ। ତଥାପି ଆମେ ସମସ୍ତଙ୍କୁ ଚିକିତ୍ସା ଯୋଗାଇବାକୁ ଉଦ୍ୟମ କରୁଛୁ ବୋଲି କେଜ୍‌ରିଓ୍ବାଲ କହିଛନ୍ତି।

Share