Categories: ଜାତୀୟ

ହସ୍ପିଟାଲ ବିଲ୍‌ ନ ଦେଇ ପାରିବାରୁ ବରିଷ୍ଠ ନାଗରିକଙ୍କୁ ବେଡ୍‌ରେ ବାନ୍ଧି ଦିଆଗଲା

ଭୋପାଳ,୭।୬: କରୋନା ସଙ୍କଟ ସମୟରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ଆଗଧାଡିର ଯୋଦ୍ଧା ସାଜିଥିବା ବେଳେ ଜୀବନକୁ ବାଜି ଲଗାଇ ଏମାନେ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ଦେଖାଯାଇଛି। ଏହି ସମୟରେ ମଧ୍ୟପ୍ରଦେଶର ଏକ ହସ୍ପିଟାଲରୁ ଏମିତି ଏକ ଚିତ୍ର ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଶାହାଜାପୁର ଜିଲାର ଏକ ହସ୍ପିଟାଲରେ ଜଣେ ୮୦ ବର୍ଷୀୟ ବ୍ୟକ୍ତି ହସ୍ପିଟାଲ ବିଲ୍‌ ନ ଦେଇ ପାରିବାରୁ ତାଙ୍କୁ ଦଉଡ଼ି ସାହାଯ୍ୟରେ ହସ୍ପିଟାଲ ବେଡ୍‌ରେ ବାନ୍ଧି ଦିଆଯାଇଥିବା ଦେଖାଯାଇଛି। ଘଟଣା ସମ୍ପର୍କରେ ଜଣାପଡିବା ପରେ ଜିଲାପାଳ ଘଣଟାର ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ହସ୍ପିଟାଲ ପକ୍ଷରୁ କୁହାଯାଇଛି କି ବୃଦ୍ଧ ଜଣକ ବାତ ରୋଗରେ ପୀଡିତ ଥିବାରୁ କାଳେ ସେ ବେଡ୍‌ରୁ ଖସିପଡି ଆଘାତ ପାଇବେ ସେଥିପାଇଁ ତାଙ୍କୁ ବାନ୍ଧି ଦିଆଯାଇଥିଲା। ହେଲେ ବୃଦ୍ଧଙ୍କ ପରିବାର ଲୋକ କହିଛନ୍ତି ୧୧ ହଜାର ଟଙ୍କାର ହସ୍ପିଟାଲ ବିଲ୍‌ ନ ଦେଇପାରିବାରୁ ତାଙ୍କୁ ଏଭଳି ବାନ୍ଧି ଦିଆଯାଇଛି।

Share