ହାଇକୋର୍ଟକୁ ସ୍ଥାନାନ୍ତର ହେବ ସ୍ୟାଟ୍‌ ମାମଲା

କଟକ ଅଫିସ,୫।୧୨: ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ(ସ୍ୟାଟ୍‌) ଉଚ୍ଛେଦ ପ୍ରକ୍ରିୟା ଆଉ ପାଦେ ଆଗେଇଛି। କଟକ, ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର ବେଞ୍ଚରେ ପଡ଼ି ରହିଥିବା ମାମଲାକୁ ହାଇକୋର୍ଟକୁ ସ୍ଥାନାନ୍ତର କରିବା ପାଇଁ ଆଦେଶ ହୋଇଛି। ସାଟ୍‌ ଉଚ୍ଛେଦ ନେଇ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟ ଗୁରୁବାର ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଏବେ ସ୍ୟାଟ୍‌ରେ ପ୍ରାୟ ୭୦ହଜାର ମାମଲା ବିଚାରାଧୀନ ରହଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମାମଲାଗୁଡ଼ିକ ସ୍ଥାନାନ୍ତର ହେବ ବୋଲି ଜଣାପଡ଼ିଛି।

Share