ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି: ଆପୋଲୋ ହସ୍ପିଟାଲକୁ ୪ ସପ୍ତାହ ମହଲତ

ଭୁବନେଶ୍ୱର,୧୨।୯(ବ୍ୟୁରୋ): ସ୍ଥାନୀୟ ଆପୋଲୋ ହସ୍ପିଟାଲକୁ ହାଇକୋର୍ଟ ପକ୍ଷରୁ ସାମୟିକ ଆଶ୍ୱସ୍ତି ମିଳିଛି। ଏହାର ଲାଇସେନ୍ସ ରଦ୍ଦ ନିମନ୍ତେ ଏନ୍‌ଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ ଉପରେ ହାଇକୋର୍ଟ ରହିତାଦେଶ ଦେଇଛନ୍ତି। ଏପରିକି ୪ ସପ୍ତାହ ପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକାରୀ ନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟ ମଧ୍ୟରେ ହସ୍ପିଟାଲ ପକ୍ଷରୁ ଏନ୍‌ଏଚ୍‌ଆର୍‌ସିଙ୍କ ନିକଟରେ ଯୁକ୍ତି ରଖିବାକୁ ମଧ୍ୟ ନିିର୍ଦ୍ଦେଶ ଦିଆଯାଇଛି। ଏହା ପରେ ଏନ୍‌ଏଚ୍‌ଆର୍‌ସି ମାମଲାର ଶୁଣାଣି କରିବେ।

Share