ହାଇକୋର୍ଟରେ ଖାରଜ ହେଲା ଫକ୍ସ ଷ୍ଟୁଡିୟର ଆବେଦନ: ଓକିଲଙ୍କୁ ଦେବାକୁ ପଡ଼ିବ କ୍ରେଡିଟ୍‌

ନୂଆଦିଲ୍ଲୀ,୧୧।୧: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ଛପାକ୍‌’ରେ ଏସିଡ୍‌ ଆଟାକ୍‌ ପୀଡ଼ିତାଙ୍କ ଓକିଲ ଅପର୍ଣ୍ଣା ଭଟ୍ଟଙ୍କୁ କ୍ରେଡିଟ୍‌ ଦେବା ମାମଲାରେ ହାଇକୋର୍ଟ ଶନିବାର ଶୁଣାଣି କରିଛନ୍ତି। ଏହି ଶୁଣାଣିରେ ଫକ୍ସ ଷ୍ଟୁଡିଓର ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ପଟିଆଲା ହାଉସ୍‌ କୋର୍ଟର ନିଷ୍ପତ୍ତିକୁ ଠିକ୍‌ ଦର୍ଶାଇବା ସହ ଅପର୍ଣ୍ଣାଙ୍କୁ ଫିଲ୍ମରେ କ୍ରେଡିଟ୍‌ ଦେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଅପର୍ଣ୍ଣାଙ୍କୁ ବିନା କ୍ରେଡିଟ୍‌ ଦେଇ ଜାନୁୟାରୀ ୧୫ରୁ ମଲ୍ଟିପ୍ଲେକ୍ସ୍‌ ଓ ଲାଇଭ୍‌ ଷ୍ଟ୍ରିମିଂ ଆଦିରେ ଏହାକୁ ପ୍ରଦର୍ଶନ କରାଯାଇପାରିବନି ଏବଂ ଅନ୍ୟଗୁଡିକରେ ଜାନୁଆରୀ ୧୭ପର୍ଯ୍ୟନ୍ତ ରୋକୋ ଲଗାଇଛନ୍ତି କୋର୍ଟ। ସୂଚନାଯୋଗ୍ୟ, ଛପାକ୍‌ ରିଲିଜ୍‌ ହେବା ପୂର୍ବରୁ ତାଙ୍କୁ ଫିଲ୍ମରେ କ୍ରେଡିଟ୍‌ ଦିଆଯାଉ ବୋଲି ଅପର୍ଣ୍ଣା ପଟିଆଲା ହାଉସ୍‌ କୋର୍ଟରେ ଆବେଦନ କରିଥିଲେ। ଏହି ମାମଲାରେ ପଟିଆଲା ହାଉସ କୋର୍ଟ ଶୁଣାଣି କରି ଫିଲ୍ମର ପ୍ରଯୋଜକଙ୍କୁ ରିଲିଜ୍‌ ହେବା ପୂର୍ବରୁ ତାଙ୍କୁ କ୍ରେଡିଟ୍‌ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଫକ୍ସ ଷ୍ଟୁଡିଓ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲା।

Share